ନୂଆଦିଲ୍ଲୀ : ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ । ତାଙ୍କର କାର୍ୟ୍ୟକାଳ ଏହି ମାସରେ ଶେଷ ହେବ ।
ମାଧବୀ ପୁରୀ ବୁଚଙ୍କ କାର୍ୟ୍ୟକାଳ ମାର୍ଚ୍ଚ ୧ରେ ସରିବ । ମାଧବୀ ପୁରୀ ବୁଚ୍ ୨ ମାର୍ଚ୍ଚ, ୨୦୨୨ରେ ସେବି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ SEBIର ପ୍ରଥମ ମହିଳା ଅଧ୍ୟକ୍ଷା ହୋଇଥିଲେ । ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଭାରତୀୟ ସେୟାର ବଜାର ଏବଂ ପୁଞ୍ଜି ବଜାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଥିଲା ।ତୁହିନ କାନ୍ତ ପାଣ୍ଡେ ଅର୍ଥ ମନ୍ତ୍ରଣାଳୟରେ ଅର୍ଥ ଏବଂ ରାଜସ୍ୱ ସଚିବ ଭାବରେ କାର୍ୟ୍ୟ କରୁଥିଲେ । ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ ହେଉଛି ଷ୍ଟକ୍ ବଜାର ଏବଂ ପୁଞ୍ଜି ବଜାରର ନିୟାମକ । ତୁହିନ କାନ୍ତ ପାଣ୍ଡେ ମୋଦି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ୟ୍ୟ କରିଛନ୍ତି ।
Views: 84