The Ultimate Managed Hosting Platform
ADVERTISEMENT

ଏଲଭିଶ ଯାଦବଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ନୋଏଡା ପୁଲିସ

Facebook
Twitter
LinkedIn

ନୂଆଦିଲ୍ଲୀ: ବିଗବସ୍ ଓଟିଟି୨ର ବିଜେଡା ଏଲଭିଶ ଯାଦବଙ୍କ ସମେତ ୮ ଜଣଙ୍କ ବିରୋଧରେ ୧୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ । ଚାର୍ଜସିଟରେ ୨୪ ସାକ୍ଷୀଙ୍କ ବୟାନ ରହିଛି । ନୋଏଡା ପୁଲିସ ଦାଖଲ କରିଛି ଚାର୍ଜସିଟ । ପୁଲିସ କହିଛି ଯେ ଜେଲରେ ଥିବା ସମସ୍ତ ସାପ ବିଷ ଯୋଗାଣକାରୀଙ୍କ ସହ ଏଲଭିଶ ଯାଦବଙ୍କର ସମ୍ପର୍କ ରହିଥିଲା । ସାପ ବିଷ କିଣିବା ତଥା ବିକ୍ରୟ କରିବାର କଳା ବ୍ୟବସାୟରେ ମଧ୍ୟ ସେ ଜଡିତ ଥିଲେ । ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ନିକଟରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ୧୪ଦିନିଆ ରିମାଣ୍ଡରେ ପଠାଯାଇଥିଲା। ୫ଦିନ ଜେଲରେ ରହିବା ପରେ ଶୁକ୍ରବାର ମାର୍ଚ୍ଚ ୨୨ରେ ତାଙ୍କୁ ଜାମିନ ମିଳିଥିଲା। ଜାମିନ ପାଇ ଘରକୁ ଫେରିବା ପରେ ସୋସିଆଲ ମିଡିଆରେ ଏକ ସେଲଫି ପୋଷ୍ଟ କରି ଏଲଭିସ୍ ପ୍ରତିକ୍ରିୟା ଦେଇ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login