ନୂଆଦିଲ୍ଲୀ : ଏଏସଏଫ ଯବାନଙ୍କୁ ନେଇ ଯାଉଥିବା ବସ ସହ କାର ଧକ୍କା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଯବାନ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ସିବନୀ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମହାରାଷ୍ଟ୍ର ନାଗପୁରକୁ ପଠାଯାଇଛି । ସୂଚନା ଅନୁଯାୟୀ, ଦୁର୍ଘଟଣା ସିବନୀ ଜିଲ୍ଲା ମଣ୍ଡଲା ରାଜ୍ୟ ରାଜପଥର ଧନଗଢା ଗାଁ ନିକଟରେ ଘଟିଛି । ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେମାନଙ୍କ ଘର ମଣ୍ଡଲା ବୋଲି ଜଣାପଡିଛି ।
Views: 93











