ନୂଆଦିଲ୍ଲୀ :ଏମପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି । ଏମପକ୍ସକୁ ଏକ ବିଶ୍ବସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଛି ସଂଗଠନ। ଗତ ୨ ବର୍ଷ ମଧ୍ୟରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ୟାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଛି ସଂଗଠନ। ଏମପକ୍ସ ସାଧାରଣତଃ ପାରସ୍ପରିକ ସଂସ୍ପର୍ଶ ଜରିଆରେ ବ୍ୟାପିଥାଏ ଏବଂ ରୋଗୀକୁ ମୃତ୍ୟୁମୁଖରେ ପକାଏ। ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଫ୍ଲୁ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଶରୀର ଭିତରରେ କ୍ଷତ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। କଙ୍ଗୋରେ ଏବି ଷ୍ଟ୍ରେନକୁ କ୍ଲେଡ-୧ କୁହାଯାଇଥାଏ। ମାତ୍ର ବର୍ତ୍ତମାନ ନୂଆ କ୍ଲେଡ-୧ବି ଷ୍ଟ୍ରେନ ଅତିସହଜରେ ସଂକ୍ରମିତ ହେଉଥିବା ଜଣାଯାଇଛି। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଏହା ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି। ସଂକ୍ରମଣରୁ ରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଏଡନୋମ ଘେବ୍ରେୟସସ।
ଏମପକ୍ସ ନେଇ ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପ ନିଆଁରେ ମହିଳା ଦଗ୍ଧ
ଜଟଣୀ : ଦୀପ ନିଆଁରେ ମହିଳା ଦଗ୍ଧ । ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଅଘଟଣ । ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କଲେ...
ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର
ସମ୍ବଲପୁର : ଚାଉଁରପୁର ମହାଦନୀ ବ୍ରିଜ ଉପରୁ ଡେଇଁଥିବା ମହିଳା ଉଦ୍ଧାର । ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ନେଲେ । ହଠାତ୍ ଆସି ବ୍ରିଜ...
ପୁଣି ଖୋଲିଲା ରେଙ୍ଗାଲି ଡ୍ୟାମ
କଣିହାଁ : ଦ୍ୱିତୀୟ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମ ଖୋଲିଛି । ଉପରମୁଣ୍ଡରେ ବର୍ଷା ଯୋଗୁ...
ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥର୍
ଭୁବନେଶ୍ୱର : ପାତ୍ରପଡା ଭି୨ ପାଖରେ ଦୁର୍ଘଟଣା ଘଟାଇଥିବା ଥର ଧରାପଡିଲା । ସିସିଟିଭି ଆଧାରରେ ଜଟଣୀ ଅଞ୍ଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ ।...