ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ା ଗତ କିଛି ଦିନ ହେବ ନିଜ ଆଫେୟାର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଏହି ଦମ୍ପତି ଏ ପର୍ୟ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିନାହାନ୍ତି। କିନ୍ତୁ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସନ୍ଧୁ ପରିଣୀତି ଓ ରାଘବଙ୍କ ସମ୍ପର୍କ ଉପରେ ମୋହର ଲଗାଇଛନ୍ତି। ସେହିପରି ଆପ୍ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ଵିଟ୍ କରି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଏ ସବୁ ଭିତରେ ଦମ୍ପତିଙ୍କ ନିର୍ବନ୍ଧର ତାରିଖ ମଧ୍ୟ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ପରିଣୀତି ଓ ରାଘବ ଚଳିତ ସପ୍ତାହ ଅର୍ଥାତ୍ ଏପ୍ରିଲ ୧୦ରେ ନିର୍ବନ୍ଧ କରିପାରନ୍ତି। ଦୁହେଁ ଦିଲ୍ଲୀରେ ଏକ ଇଣ୍ଟିମେଟ୍ ରିଙ୍ଗ୍ ସେରିମନିରେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବେ। କପଲ୍ଙ୍କ ନିର୍ବନ୍ଧ ଉତ୍ସବରେ କେବଳ ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ। ଗତକାଲି ପରିଣୀତିଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା। ରେଡ୍ ସ୍ୱେଟର, କଳା ପ୍ୟାଣ୍ଟ ଓ ଜୋତାରେ ଅଭିନେତ୍ରୀ ଖୁବ୍ ସୁନ୍ଦର ଦେଖାଯାଉଥିଲେ।
ଏପ୍ରିଲ ୧୦ରେ ରାଘବ ଓ ପରିଣୀତି କରିବେ ନିର୍ବନ୍ଧ , ରିଂ ସେରିମନି ପାଇଁ ପ୍ରସ୍ତୁତି ଆରମ୍ଭ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











