ଜଗତସିଂହପୁର (ଲୋକନାଥ ସାହୁ) : ଏକାଧିକ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ସହିତ ମାରାଣାସ୍ତ୍ର ଓ ବନ୍ଧୁକ ଜବତ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁର ବସ୍ତିରେ । ଗତକାଲି ସନ୍ଧ୍ୟାରେ ପୁଲିସ ଚଢ଼ଉ କରିଥିବାବେଳେ ଦୁଇ ବାଂଲାଦେଶୀଙ୍କୁ ଅଟକ ରଖୁଥିବା ସୂଚନା ମିଳିଛି। ଏହି ବସ୍ତିରେ ଦୀର୍ଘଦିନ ଧରି ପ୍ରାୟ ୩୦ରୁ ଉର୍ଦ୍ଧ ପରିବାର ରହୁଥିବାବେଳେ ପୁଲିସ ଚଢ଼ଉ ବେଳେ ଦେଶୀ ବନ୍ଧୁକ ଓ ୫ରୁ ଊର୍ଦ୍ଧ୍ବ ବଡ଼ କଟୁରି ଜବତ କରିଛି । ତେବେ ଏମାନଙ୍କ ମୁଖ୍ୟ କୁହାଯାଉଥିବା ସିକନ୍ଦର ଆଲାମ ସହିତ ଅନ୍ୟ କେତେଜଣ ଫେରାର ହୋଇଛନ୍ତି। ଅନ୍ୟପଟେ ଏସଡିପିଓ ଆଞ୍ଜିକ୍ୟ ମାନେଙ୍କ ସୂଚନା ମୁତାବକ, କିଛିଦିନ ଧରି ଏହି ବସ୍ତିର କାର୍ୟ୍ୟକଳାପ ଉପରେ ନଜର ରଖାଯାଇଥିଲା। ବିଶ୍ୱସ୍ଥ ସୂତ୍ରରୁ କିଛି ସନ୍ଦିଗ୍ଧ ଆଚରଣ ସମ୍ପର୍କରେ ସୂଚନା ପାଇ ଆଜି ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାଶଙ୍କ ନେତୃତ୍ବରେ ସଦର ଥାନା ପୁଲିସ ବସ୍ତିରେ ଚଢ଼ଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ସହିତ ବସ୍ତି ବାସିନ୍ଦା ଙ୍କ ଧସ୍ତାଧସ୍ତି ହୋଇଥିବା ବେଳେ ଏହି ଚଢ଼ାଉ ରେ ଗୋଟିଏ ଦେଶୀ ବନ୍ଧୁକ, ୫/୬ଟି ବଡ଼ କଟୁରୀ ଓ ଅନ୍ୟ କେତେକ ଆପରିଜନକ ଜିନିଷ ମିଳିଥିବା ସୂଚନା ମିଳିଛି। ଏବଂ ଦୁଇ ଜଣ ବାଙ୍ଗଲାଦେଶୀ କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ର ସୂଚନା ମିଳିଛି ।
ଏକାଧିକ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ସହିତ ମାରାଣାସ୍ତ୍ର ଓ ବନ୍ଧୁକ ଜବତ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











