ବ୍ୟୁରୋ / ଅଜିତ କୁମାର ପରିଛା: ଦିନକୁ ଦିନ ବୁଡିବାକୁ ଲାଗୁଛି ଆମର କଳା ସଂସ୍କୃତି ପାରମ୍ପରିକ ଜିନିଷ । ଦିନ ଥିଲା ବେତ ତିଆରି ଜିନିଷ ଘରେ ଘରେ ବ୍ୟବାହର ହେଉଥିଲା । କିନ୍ତୁ ଏବେ ତାର ଆଉ ଚାହିଦା ନାହିଁ । ବୁଡିବାକୁ ବସିଲାଣି ବେତ ତିଆରି ଜିନିଷ । ସଙ୍କଟରେ ଗଜପତିର ବେତ କାରିଗର । ହାତରେ ଅଛି କଳାଚାତୁରୀ କିନ୍ତୁ ପାଖରେ ନାହିଁ ସମ୍ବଳ । ମାନ୍ଦା ପଡିଥିବା ବେପାରକୁ ଆଗକୁ ନେବାକୁ କିଛି କରି ପାରୁନାହାଁନ୍ତି ବେତକାରିଗର।ବାଧ୍ୟହାଇ ଏହି ବ୍ୟବସାୟରୁ ଦୁରେଇ ଗଲେଣି ଅନେକ ବ୍ୟବସାୟୀ । ରାୟଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ କଇଁପୁର ଅଞ୍ଚଳର ଅଧିବାସୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ଆନୁକୂଲ୍ୟରେ ବେତ କାରିଗର ଶିକ୍ଷା କରିଥିଲେ। ରାୟଗଡ଼ ବ୍ଲକରେ ଅନେକ ତାଲିମ ନେବାପରେ ଵେତର ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ କରି ରୋଜଗାର କ୍ଷମ ହୋଇ ପାରିଥିଲେ ଓ ଆଦିବାସୀ ପରିବାର ଭଳିକି ଭଳି ଘରର ନିତ୍ୟ ବ୍ୟବହାର ସାମଗ୍ରୀ ଚୈାକି ଟେବୁଲ୍ ସୋଫା ଆଲମାରୀ ଫୁଲସଜା ଵାଙ୍କୁଲିବାଡି ହ୍ୟାଙ୍ଗର ସହ ବିଭିନ୍ନ ଡିଜାଇନ କରି ଵେସ ଦୁଇ ପଇସା ଆୟ କରିଥାନ୍ତି ।
ଏପଟେ ନିକଟରେ ଥିବା ଜଙ୍ଗଲରେ ବେତ ମିଳୁନାହିଁ। ବାହାରରୁ ବେତ ଆଣିଲେ ପରିବହନ ତୁଲାଇବା ମଶକିଲ ହେଉଛି । ଫଳରେ ଅନେକ କାରିଗର ଏହି ଵୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି । ତେବେ ପାଖ ଜଙ୍ଗଲରୁ ବେତ ସଂଗ୍ରହ କରି ନିଜ ପେଷାକୁ ବଞ୍ଚାଇବାକୁ ସଂଗ୍ରହ ଜାରି ରଖିଛନ୍ତି କିଛି ଆଦିବାସୀ ପରିବାର। ତେବେ ବେତ ତିଆରି ଆବାସ ପତ୍ର ଯେମିତି ହାଲୁକା ସେମିତି ସୁନ୍ଦର ଏହା ସହ ଦୀର୍ଘଦିନ ହାେଇଥବାରୁ ଵଜାରରେ ଚାହିଦା ରହିଥାଏ ।
ବେତ କାରିଗରମାନଙ୍କୁ ସ୍ୱାବଲମ୍ବି କରିଵାସହ ସ୍ବତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି । ତେବେ ସରକାରଙ୍କ ପିଏମ ବିଶ୍ଵକର୍ମା ଯୋଜନା ଜରିଆରେ ଆଗ୍ରହି ପରିବାରଙ୍କୁ ସହାୟତା ଦିଆଯିବ ସହ ବେତ କାରିଗରଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ । ତେବେ ଦେଖିବାକୁ ରହିଲା କେବେ ମିଳୁଛି ସରକାରଙ୍କ ପକ୍ଷରୁ ସହାୟତା ।
ଉଜୁଡୁଛି ବ୍ୟବସାୟ, ଅଭାବରେ ଦିନ କାଟୁଛନ୍ତି ବେତ କାରିଗରଙ୍କ

Facebook
Twitter
LinkedIn
Facebook
Twitter
LinkedIn
Recent News
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...