ମୁମ୍ବାଇ : ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଚାଲିଛି। ଆଜି ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଫିଲ୍ମଟି ଚଳିତ ବର୍ଷ ଇଦରେ ରିଲିଜ୍ ହେବ। ନିର୍ମାତା ‘ସିକନ୍ଦର’ରେ ସଲମାନ ଖାନଙ୍କର ଥିବା ନୂଆ ଲୁକର ପୋଷ୍ଟର ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇଛି। ଏହି ପୋଷ୍ଟର ସହିତ ଫେବ୍ରୁଆରି ୨୭ ତାରିଖରେ ନିର୍ମାତା ପ୍ରଶଂସକମାନଙ୍କୁ ଏକ ବଡ଼ ଖବର ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ସଲମାନ ଖାନ ପୂର୍ବରୁ ସୋସିଆଲ ମିଡିଆରେ କହିଥିଲେ ଯେ, ସେ ୧୮ ଫେବ୍ରୁଆରିରେ ପ୍ରଶଂସକମାନଙ୍କୁ ଆଶ୍ଚର୍ୟ୍ୟ କରିବାକୁ ଯାଉଛନ୍ତି।
Views: 30