ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଏହାସହିତ ସିବିଏସଇ ବୈଷୟିକ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ଏଥିପାଇଁ ଖୁବଶୀଘ୍ର ଡ୍ରାଫ୍ଟ ଜାରି କରାଯିବ, ଆଉ ଏଥିରେ ଲୋକଙ୍କ ମତାମତ ନିଆଯିବ । ସିବିଏସଇ ୨୦୨୬-୨୭ ଶିକ୍ଷାବର୍ଷରେ ବିଦେଶ ଛାତ୍ରଙ୍କ ପାଇଁ ବୈଷୟିକ ପାଠ୍ୟକ୍ରମ ଆରମ୍ଭ କରିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସିବିଏସଇ ଗ୍ଲୋବାଲ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧି ସାମିଲ ଥିଲେ । ଏଥିରେ ନୂଆ ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଲାଗୁ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ଉପରେ ଚର୍ଚ୍ଚା ଚାଲିଛି । ଏହାପୂର୍ବରୁ ୧୮ ଫେବୃଆରରେ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ କି, ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରାଯିବା ନେଇ ସାଧାରଣ ଲୋକଙ୍କ ଠାରୁ ମତାମତ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଟେନସନ ମୁକ୍ତ ବାତାବରଣରେ ଶିଖିବାର ମାହୋଲ କରିବା ପାଇଁ ସରକାର ଜୋର ଦେଇଛନ୍ତି ।
ବର୍ଷକୁ ଦୁଇ ଥର ସିବିଏସଇ ବୋର୍ଡ ପରୀକ୍ଷା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











