ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଦୀପ ମାଝି । ଆସନ୍ତାକାଲି ଗୋଆର ଏକ ରିସୋର୍ଟରେ ପଡିବ ହାତଗଣ୍ଠି । ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ କରିବେ ବିବାହ । ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କୁ ବିବାହ କରିବେ ପ୍ରଦୀପ। ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ । ରାଜନୀତି କ୍ଷେତ୍ରରେ ପ୍ରଦୀପ ଜଣେ ଭଲ ସଗଂଠକ । ଯଦିଓ କାହାକୁ ବାହା ହେବେ ସେ କଥା ପ୍ରଦୀପ ସ୍ପଷ୍ଟ କରିନାହାନ୍ତି ତଥାପି ତାଙ୍କର ସମ୍ପର୍କୀୟ ଏବଂ ୩୦-୩୫ ଘନିଷ୍ଠ ବନ୍ଧୁ ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ଗୋଆ ଯିବେ ବୋଲି ଶୁଣିବାକୁ ମିଳୁଛି । ଏହି ବିବାହକୁ ପ୍ରଦୀପ ଅତି ଗୋପନୀୟ ରଖିବାପାଇଁ ଚାହିଁଛନ୍ତି।
Views: 24