The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ପଡିବ ପରିଣୀତି ଓ ରାଘବଙ୍କ ହାତଗଣ୍ଟି

Facebook
Twitter
LinkedIn

ମୁମ୍ବାଇ : ଅପେକ୍ଷାର ହେବ ଅନ୍ତ । ବଲିଉଡ ଇଣ୍ଡଷ୍ଟ୍ରିରେ ଆଉ ଏକ ବଡ ବିବାହ । ଆସନ୍ତାକାଲି ପଡିବ ହାତଗଣ୍ଠି । ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଜସ୍ଥାନର ଉଦୟପୁରରେ ହେବ ବାହାଘର । ଏହି କପଲ ଗତକାଲିଠାରୁ ରାଜସ୍ଥାନର ଉଦୟପୁରରେ ପହଞ୍ଚିସାରିଛନ୍ତି ଏବଂ ସେଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଛି । ମେନ୍ୟୁ ଅନୁଯାୟୀ, ରାଘବଙ୍କ ସେହେରା ବନ୍ଧା ସେରେମନି ସମୟ ଦିନ ୧ଟାରେ ରଖାଯାଇଛି । ଏପଟେ ବିବାହ ଭେନ୍ୟୁକୁ ଡଙ୍ଗାରେ ବସି ପହଞ୍ଚିବେ ରାଘବ । ଅପରାହ୍ନ ୩.୩୦ରେ ବରଣ ମାଳା ଏବଂ ୪ଟାରେ ଫେରା ନେବେ ପରିଣୀତି ଓ ରାଘବ । ସନ୍ଧ୍ୟା ୬.୩୦ରେ ବିଦାଇ ସେରେମନି ରଖାଯାଇଛି । ଗ୍ରାଣ୍ଡ ରିସେପସନ୍ ରାତି ୮ଟାରୁ ଆରମ୍ଭ ହେବ, ଯାହାର ଥିମ୍ ‘ନାଇଟ ଅଫ୍ ଆମୋର’ ରଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login