ଭୁବନେଶ୍ୱର ; ଆସନ୍ତା ୪ ତାରିଖ ଯାଏଁ ବର୍ଷା ସମ୍ଭାବନା । ସତର୍କ ସୂଚନା କଲା ପାଣିପାଗ ବିଭାଗ । ଘଡଘଡି ସହ ହାଲୁକା ବର୍ଷା ଓ ପବନ ବହିବା ନେଇ ସତର୍କତା । କିଛି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ଓ ୪ରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ । ଏପ୍ରିଲ ୪ରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏପ୍ରିଲ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଆସନ୍ତାକାଲି ପାଇଁ ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ତାରିଖ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୫ ତାରିଖ ପରେ ପୁଣି ପାଗରେ ପରିବର୍ତ୍ତନ ହେବ ।
Views: 62