ଭୁବନେଶ୍ୱର : ସର୍ଭିକାଲ ଆଥ୍ରାଇଟିସ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ । ଆସନ୍ତା ୨୦ରେ ମୁମ୍ବାଇ ଯିବେ ଏବଂ ୨୨ରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ୍ମ୍ବାନି ହସ୍ପିଟାଲରେ ହେବ ଚିକିତ୍ସା । ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା କରାଯିବ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଶୁଭେଚ୍ଛାରେ ଶୀଘ୍ର ଫେରିବି ବୋଲି କହିଛନ୍ତି ନବୀନ। ସେ କହିଛନ୍ତି, ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି। ସେପଟେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା।
Views: 24