ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କୁ ଆର୍ଥିକ ଶୋଷଣ ବନ୍ଦ ଓ ଅନାବଶ୍ୟକ କାର୍ଯ୍ୟଭାର ପ୍ରତ୍ୟାହାର କରିବାକୁ ନେଇ ଦାବି । ଭତ୍ତା ବୃଦ୍ଧି ସହ ପ୍ରତିଶ୍ରୁତି ପୂରଣ ନ ହେଲେ ଆଗାମୀ ୧୯ ତାରିଖରେ ବିଧାନସଭା ଘେରାଉ କରିବେ ଅଙ୍ଗନବାଡି କର୍ମୀ । ଏ ନେଇ ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଛ ପକ୍ଷରୁ ଏହି ସୂଚନା ମିଳିଛି । ସରକାର ଆପରେ ବିଭିନ୍ନ ଭିଡିଓ ସମ୍ବଳିତ ତଥ୍ୟ ତଥା ଅଙ୍ଗନବାଡି କେନ୍ଦ୍ର ଫଟୋ କ୍ୟାସନ ସହ ଛତୁଆ ଅଣ୍ଡା ପ୍ରଦାନ ବେଳର ଫଟୋ ଅପଲୋଡ କରିବା ଅତ୍ୟାଦି କାର୍ଯ୍ୟ ଭାର ଲଦିଛନ୍ତି । ୨୦୧୯ ମସିହାରୁ ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ମୋବାଇଲ ଏବେ ବ୍ୟବହାର ଉପ ଯୋଗୀ ନୁହେଁ । ଏପରିକି ଅନେକ ଗ୍ରାମରେ ଏବେ ନେଟବ୍ୱର୍କ ବି ନାହିଁ । ତେଣୁ ସେହି ଅଞ୍ଚଳରେ ଅନଲାଇନ ଡାଟା ଅପଲୋଡ କରିବା ସମ୍ଭବ ନୁହେଁ । ବାର୍ଷିକ ରିଚାର୍ଜ ବାବଦରେ ୧ ହଜାର ଟଙ୍କା ମିଳୁଥିବା ବେଳେ ଦୈନିକ ଦୁଇ ଜିବି ହାରରେ ଡାଟା ସହ ଭଏସ କଲ ପାଇଁ ବର୍ଷକ ୪୩୫୭ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ତେଣୁ ଏ ନେଇ ୫ଜି ମୋବାଇଲ ସହ ଅଧିକ ଅର୍ଥ ପ୍ରଦାନ କରିବାକୁ ଦାବି ହୋଇଛି । ଏହା ସହ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି ହୋଇଛି ।
ଆର୍ଥିକ ଶୋଷଣ ଓ ଅନ୍ୟାବଶ୍ୟକ କାର୍ଯ୍ୟ ବନ୍ଦ ଦାବିରେ ଡିସେମ୍ବର ୧୯ରେ ବିଧାନସଭା ଘେରିବେ ଅଙ୍ଗନବାଡି କର୍ମୀ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











