The Ultimate Managed Hosting Platform
ADVERTISEMENT

ଆରୁହା ପାହାଡରେ ରେଡ

Facebook
Twitter
LinkedIn

ଯାଜପୁର : ବେଆଇନ ଖଣି ଖନନ ଅଭିଯୋଗରେ ରେଡ । ଧର୍ମଶାଳା ଆରୁହା ପାହାଡ ଖଣି ଖାଦାନରେ ଖଣି ବିଭାଗର ରେଡ । ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ ଟ୍ରିପ୍ କଳାପଥର ଚୋରା ଚାଲାଣ କରାଯାଉଛି । ଯାହାଫଳରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ତହସିଲ ଓ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ତାତିଲେ ଲୋକେ ।ଖନନ କାର୍ୟ୍ୟରେ ଲାଗିଥିବା ୭ଟି ମେସିନ ସହ କମ୍ପ୍ରେସର, କଳାପଥର ବୋଝେଇ ହାଇୱା ଗାଡିକୁ ଅଟକ ରଖିଛନ୍ତି । ଏଥିସହ ବ୍ଲାଷ୍ଟିଂରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଓ ତାର ଗୁଡିକୁ ଜବତ କରି ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ବେଆଇନ କାର୍ୟ୍ୟକୁ ବିରୋଧ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login