The Ultimate Managed Hosting Platform
ADVERTISEMENT

ଆରମ୍ଭ ହେଲା ପହଣ୍ଡି ; ପ୍ରଭୁ ସୁଦର୍ଶନ , ବଡ ଠାକୁର ବଳଭଦ୍ରଙ୍କ ପରେ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ

Facebook
Twitter
LinkedIn

ପୁରୀ ; ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ। ପୁରୀରେ ଏବେ ନୀତିକାନ୍ତି ପରେ ଆରମ୍ଭ ହୋଇଛି ପହଣ୍ଡି ବିଜେ ନୀତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ରଥାରୁଢ଼ ହେବେ ଶ୍ରୀସୁଦର୍ଶନ । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି ।ଧାଡି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣୁଛନ୍ତି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି ।ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login