ଟିଟିଲାଗଡ : ପ୍ରସୂତୀଙ୍କୁ ନେବା ବେଳେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଏମସିଏଚ ପରିସରରରେ ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ଫାଟିଲା । ୨ ଯାଆଁଳା ଶିଶୁ ସହ ମା ସୁରକ୍ଷିତ ଥିବା ବେଳେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ ।ଆମ୍ବୁଲାନ୍ସ ଷ୍ଟାର୍ଟ ହେବା ପରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇ ନିଆଁ ଲାଗିଯାଇଥିଲା ।
Views: 32