The Ultimate Managed Hosting Platform
ADVERTISEMENT

ଆମେରିକାରେ ପୁଣି ବିମାନ ଦୁର୍ଘଟଣା, ରନୱେରେ ଧକ୍କା ହେଲା ୨ ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକାରେ ପୁଣି ବିମାନ ଦୁର୍ଘଟଣାଗ୍ରସ୍ତ । ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ଦୁଇଟି ଜେଟ ବିମାନ ପରସ୍ପର ସହିତ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ବିମାନ ବନ୍ଦରର ରନୱେକୁ ବନ୍ଦ କରିଦିଆଯାଇଛି । ତେବେ ଗତ ୧୨ ଦିନ ଭିତରେ ଏହା ଆମେରିକାରେ ଚତୁର୍ଥ ବିମାନ ଦୁର୍ଘଟଣା ।ସ୍କଟସଡେଲ ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏକ ମଧ୍ୟମ ଆକାରର ବିଜନେସ ଜେଟ ନିଜ ସ୍ଥାନରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ବିଜନେସ ଜେଟ ଧକ୍କା ଦେଇଥିଲା । ପାର୍କ ହୋଇଥିବା ଏକ ଜେଟକୁ ଗଲ୍ଫଷ୍ଟ୍ରିମ ୨୦୦ ଜେଟ ଧକ୍କା ଦେଇଥିଲା । ଜେଟର ପ୍ରାଇମେରୀ ଲାଣ୍ଡିଂ ଗିୟର ବନ୍ଦ ହୋଇଯାଇଥିଲା । ଫଳରେ ଦୁଇଟି ଜେଟ୍ ମଧ୍ୟରେ ଧକ୍କା ହୋଇଥିଲା ।ଏହି ଜେଟଟି ଟେକ୍ସାସ ଆସିଥିଲା । ଏଥିରେ ୪ ଜଣ ଯାତ୍ରୀ ଥିଲେ । ସେହିପରି ପାର୍କ ହୋଇଥିବା ଜେଟରେ ଜଣେ ବ୍ୟକ୍ତି ରହିଥିଲେ । ଦୁର୍ଘଟଣା ପରେ ଅଗ୍ନିଶମ ଟିମ ତୁରନ୍ତ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login