ନୂଆଦିଲ୍ଲୀ : ଆମେରିକାର ଟାରିଫ ବୃଦ୍ଧି । ଭାରତ ପାଇଁ ପଡିଛି ମହଙ୍ଗା । ୨୫ ପ୍ରତିଶତ ଟାରିଫ କଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଗଷ୍ଟ ୧ରୁ ଏହି ଟାରିଫ ଲାଗୁ ହେବା ନେଇ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ କୁହାଯାଉଛି ଆମେରିକାର ଟାରିଫ୍ ପ୍ଲାନ୍ ପାଇଁ ଭାରତ ଉପରେ ବଡ଼ ପ୍ରଭାବ ପଡ଼ିବ । ଏବେ ଆସନ୍ତୁ ଜାଣିବା, ଆମେରିକାର ଏହି ପଦକ୍ଷେପ ଭାରତ ଉପରେ କ’ଣ ପ୍ରଭାବ ପକାଇବ? ଏହାର ଭାରତୀୟ ଶିଳ୍ପ ଓ ଅର୍ଥନୀତି ଉପରେ କୌଣସି ପ୍ରଭାବ ପଡ଼ିବ କି? ୨୦୨୪ର ରିପୋର୍ଟ ଆଧାରରେ, ଭାରତ ଆମେରିକାକୁ ୮୭.୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, କିନ୍ତୁ ଆମେରିକାରୁ ୪୧.୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା, ଯାହା ଫଳରେ ଆମେରିକା ୪୫.୭ ବିଲିୟନ ଡଲାରର ଘାଟା ସହିଥିଲା । ଭାରତର ପ୍ରମୁଖ ରପ୍ତାନିରେ ଔଷଧ, ବୟନଶିଳ୍ପ, ରତ୍ନ-ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ଏବଂ ଷ୍ଟିଲ୍- ଆଲୁମିନିୟମ ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ଭାରତ ଆମେରିକାକୁ ବହୁଳ ପରିମାଣରେ ରପ୍ତାନି କରେ, ଯାହା ଆମର ମୋଟ ରପ୍ତାନିର ପ୍ରାୟ ୧୮ପ୍ରତିଶତ ଅଟେ । ଏବେ ୨୫ପ୍ରତିଶତ ଟାରିଫ୍ ଲାଗିବା ଫଲେ ଏହିସବୁ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ପ୍ରୀତି ଥିବା ପୂର୍ବରୁ ଜଣାଥିଲେ ବି ଏବେ ପୁଣିଥରେ ତାହା ପ୍ରମାଣିତ ହୋଇଛି ।
ଯେତେବେଳେ ଟ୍ରମ୍ପ ଭାରତକୁ ଟାରିଫ କଷି, ପାକିସ୍ତାନ ସହ ଟ୍ରେଡ୍ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ବାଣିଜ୍ୟିକ ନୀତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଭାରତ ଉପରେ ୨୫ ପ୍ରତିଶତର ଶୁଳ୍କ ଘୋଷଣା କରିବା ଠିକ୍ ପରେ ପଡ଼ୋଶୀ ପାକିସ୍ତାନ ସହ ବାଣିଜ୍ୟିକ କାରବାର ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ବଡ଼ ତୈଳ ଡିଲ୍ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।
ଆମେରିକାର ଟାରଫ ବୃଦ୍ଧି : ଭାରତ ପାଇଁ ଝଟକା

Facebook
Twitter
LinkedIn
Facebook
Twitter
LinkedIn
Recent News
ଅଗଷ୍ଟ ୩୧ରେ ସ୍ପେଶାଲ ଓଟିଇଟି
ଭୁବନେଶ୍ୱର : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି । ସ୍ପେଶାଲ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ...
ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ
ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି...
ଅନିଲ ଅମ୍ବାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଇଡି ଜାଲରେ ଅନିଲ ଅମ୍ବାନୀ । ରିଲାୟାନ୍ସ ଗ୍ରୁପର ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ସମନ କରିଛି । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ...
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ
ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...