The Ultimate Managed Hosting Platform
ADVERTISEMENT

ଆମେଠିରେ କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆମେଠିରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଗତକାଲି ରାତିରେ ଦୁର୍ବୁତ ବାହାରେ ପାର୍କିଂ ହୋଇଥିବା ୧୨ଟିରୁ ଅଧିକ ଯାନକୁ ଭଙ୍ଗାରୁଜା କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ କିଛି ସମୟ ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆମେଠିରେ ପରାଜୟକୁ ଭୟ କରି ବିଜେପି ହିଂସା ପ୍ରଦର୍ଶନ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଗୁଣ୍ଡାମାନେ ବିଜେପିର ଲୋକସଭା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ସମର୍ଥନରେ ଏପରି କରିଥିବା ଅଭିଯୋଗ କରିଛି କଂଗ୍ରେସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login