The Ultimate Managed Hosting Platform
ADVERTISEMENT

ଆପଣ ଏପରି ସୁସ୍ୱାଦୁ ହାଲୱା କେବେ ଖାଇ ନ ଥିବେ , ଘରେ ନିଶ୍ଚିତ ଥରେ ଏହି ମିଠା ହାଲୱା ପ୍ରସ୍ତୁତ କରନ୍ତୁ ..

Facebook
Twitter
LinkedIn

ବ୍ୟୁରୋ : ଭୋଜନ ପରେ ମିଠା ଖାଇବା ହେଉଛି ଭାରତୀୟମାନଙ୍କର ପରିଚୟ । ଅନ୍ୟପକ୍ଷରେ, ହାଲୱା ଭାରତୀୟ ଖାଦ୍ୟରେ ଏକ ପାରମ୍ପାରିକ ମିଠା ଖାଦ୍ୟ ଭାବରେ ବିବେଚନା କରାଯାଏ । ଶୀତଦିନେ, ଅଧିକାଂଶ ଲୋକ ଗାଜର ହାଲୱା ଖାଇବାକୁ ପସନ୍ଦ କରନ୍ତି । ହାଲୱା ପ୍ରତ୍ୟେକ ଘରେ ଏକ ମିଠା ଖାଦ୍ୟ ଭାବରେ ତିଆରି କରାଯାଏ ଏବଂ ଲୋକମାନେ ଏହାକୁ ଅତି ଉତ୍ସାହରେ ଖାଇଥା’ନ୍ତି । ଗାଜରର ହାଲୱା ତ ପ୍ରାୟ ସମସ୍ତେ ଖାଇଥିବେ କିନ୍ତୁ ଆଜି ଅଟାରେ ତିଆରି ହାଲୱା ଆମେ ଆପଣଙ୍କୁ କହିବୁ । ଏହାକୁ ତିଆରି କରିବା ଅତ୍ୟନ୍ତ ସହଜ । ଏବଂ ବହୁତ କମ୍ ଉପାଦାନରେ ତିଆରି ହୋଇଥାଏ । ଚାଲନ୍ତୁ ଏହି ସୁସ୍ୱାଦୁ ହାଲୱା ତିଆରି କରିବାର ରେସିପି ବିଷୟରେ ଜାଣିବା …
ଅଟା ହାଲୱା ତିଆରି ପାଇଁ ଉପାଦାନ-
୧ କପ୍ ମଇଦା
୪ ଚାମଚ ଦେଶୀ ଘିଅ
ଚିନି କିମ୍ବା ଗୁଡ
୨ କପ୍ ପାଣି
ଏରସ ପାଉଡର
୮ ରୁ ୯ କଟା କାଜୁ
୮ ରୁ ୯ ଟି କଟା ପିସ୍ତା
୪ ରୁ ୫ କଟା ବାଦାମ
ଅଟା ହାଲୱା ତିଆରି କରିବାର ପଦ୍ଧତି-:
ଅଟା ହାଲୱା ତିଆରି କରିବାକୁ, ସର୍ବପ୍ରଥମେ, ଆପଣଙ୍କୁ ଏକ ପ୍ୟାନରେ ଦୁଇ ଚାମଚ ଦେଶୀ ଘିଅ ଗରମ କରନ୍ତୁ
ଏହା ପରେ ସେହି ଗରମ ଘିଅରେ ୨ ଟି ଅଳେଇଚ ପକାନ୍ତୁ
ଏହା ଟିକେ ଭଜା ହେବା ମାତ୍ରେ ଘିଅରେ ୧ ଅଟା ମଇଦା ପକାନ୍ତୁ
ବର୍ତ୍ତମାନ ଏହାକୁ ଭଲ ଭାବରେ ଘାଣ୍ଟିନ୍ତୁ , ଗ୍ୟାସ ସ୍ଲିମ ରେ ଭାଜିବାକୁ ପଡିବ । ଏହାକୁ ହାଲକା ସୁବର୍ଣ୍ଣ ହେବା ପର୍ୟ୍ୟନ୍ତ ଭାଜନ୍ତୁ ।
ବର୍ତ୍ତମାନ ସ୍ୱାଦ ଏବଂ ପରିମାଣ ଅନୁଯାୟୀ ଚିନି ମିଶାନ୍ତୁ । ଯଦି ଆପଣ ଚାହାଁନ୍ତି, ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ଗୁଡ ମଧ୍ୟ ବ୍ୟବହାର କରିପାରିବେ ।
ଏହାକୁ ଭଲ ଭାବରେ ମିଶ୍ରଣ କରି, ତା’ପରେ ଧୀରେ ଧୀରେ ଏଥିରେ ପାଣି ମିଶାନ୍ତୁ । ହାଲୱା ଯେପରି ପ୍ୟାନରେ ଲାଗି ରହିବ ନାହିଁ । ମନେରଖନ୍ତୁ ଯେ ଆପଣ ଏହାକୁ କ୍ରମାଗତ ଭାବରେ ଘାଣ୍ଟନ୍ତୁ, ନଚେତ୍ ଏହା ଖରାପ ହୋଇପାରେ ।
ବର୍ତ୍ତମାନ ଏହାକୁ ଭଲ ଭାବରେ ଭାଜନ୍ତୁ । ଧିରେ ଧିରେ ଗ୍ୟାସରକୁ ହାଇ ଫ୍ଲେମରେ ରଖନ୍ତୁ
ଏହା ପରେ, ଯଦି ଆପଣ ଚାହାଁନ୍ତି, ଉପରେ ଆଉ କିଛି ଏରସ ପାଉଡର ମିଶାନ୍ତୁ । ଏହା ସ୍ୱାଦ ବଢାଇବ
ଶେଷରେ, ସମସ୍ତ ଡ୍ରାଏ ଫ୍ରୁଟ୍ସ ଗୁଡିକୁ ଏକ ଲୁକ୍ ଦେବା ପାଇଁ ଏବଂ କିଛି ଅଧିକ ଘିଅ ଏଥିରେ ମିଶାନ୍ତୁ
ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଅଟା ହାଲୱା

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login