ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକ ଅମାନତୁଲ୍ଲା ଖାନ ଗିରଫ। ତାଙ୍କ ଘରେ ରେଡ୍ କରି ୬ ଘଣ୍ଟା ଜେରା କରିବା ପରେ ଅମାନତୁଲ୍ଲାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତି ଜାଲିଆତି ଓ ଏହାର ସଂପତ୍ତିକୁ ଲିଜ୍ ଦେବାରେ ଅନିୟମିତତା ତଥା ମନିଂ ଲଣ୍ଡରିଂ ହୋଇଥିବା ଅଭିଯୋଗ କରି ଇଡି ତାଙ୍କୁ ଗିରଫ କରିଛି। ସେପଟେ ଆପ୍ ଅଭିଯୋଗ କରିଛି, ଇଡି ସିବିଆଇ ପରି କେନ୍ଦ୍ରୀୟ ଏଜେନ୍ସରି ଦୂରୁପଯୋଗ କରୁଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରମାଣ ନ ଥାଇ କେବଳ ହଇରାଣ କରିବାକୁ ଆପ୍ ର ନେତାଙ୍କୁ ଟାର୍ଗେଟ କରାଯାଉଛି। ଏହା ରାଜନୈତିକ ପ୍ରତିଶୋଧପରାୟଣତା ଛଡ଼ା କିଛି ନୁହେଁ ବୋଲି କହିଛନ୍ତି ଆପ୍ ନେତା ସୌରଭ ଭରଦ୍ଵାଜ। ଅମାନତୁଲ୍ଲା ଦିଲ୍ଲୀ ୱାକଫ ବୋର୍ଡର ମୁଖ୍ୟ ଥିବା ବେଳେ ଜାଲିଆତି ହୋଇଥିବାର ଅଭିଯୋଗ ହୋଇଛି।
Views: 66











