The Ultimate Managed Hosting Platform
ADVERTISEMENT

ପାରାଅଲମ୍ପିକରେ ଭାରତକୁ ଆଉ ୨ ପଦକ

Facebook
Twitter
LinkedIn

ପ୍ୟାରିସ : ପାରା ଅଲିମ୍ପିକ୍ସରେ ଭାରତର ବାଜିମାତ୍। ପାରାଅଲମ୍ପିକରେ ଭାରତକୁ ଆଉ ୨ ପଦକ । ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ୨ଟି ପଦକ। ପୁରୁଷ ହାଇଜମ୍ପ ଇଭେଣ୍ଟରେ ରୌପ୍ୟପଦକ ଜିତିଲେ ନିଷାଦ କୁମାର। ୨.୦୪ ମିଟର ସହ ଚଳିତ ସିଜିନର ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ନିଷାଦ। ଏହାସହ ଭାରତ ପାଇଁ ଆଣିଛନ୍ତି ରୌପ୍ୟପଦକ । ଏହା ପୂର୍ବରୁ ପ୍ରୀତି ପାଲ ମଧ୍ୟ ଆଥଲେଟିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିଣିଛନ୍ତି। ପ୍ରୀତି ପାଲ ମହିଳା ୨୦୦ ମିଟର ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲରେ ୩୦.୦୧ ସେକେଣ୍ଡରେ ବିଜୟ ପଦକ ଜିଣିଛନ୍ତି। ଏହାପୂର୍ବରୁ ୧୦୦ ମିଟର ରେସରେ ମଧ୍ୟ ପ୍ରୀତି ବ୍ରୋଞ୍ଜ ପଦକ ଜିତିଥିଲେ। ଆଥଲେଟିକ୍ସରେ ଗୋଟିଏ ସଂସ୍କରଣରେ ଭାରତ ପାଇଁ ୨ଟି ପଦକ ଆଣିଥିବା ପ୍ରଥମ ଆଥଲେଟ ହେଉଛନ୍ତି ପ୍ରୀତି ପାଲ। ଏହାସହ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login