The Ultimate Managed Hosting Platform
ADVERTISEMENT

ଆଜିଠୁ ଲାଗୁହେବ ଆମେରିକାର ନୂଆ ଟିକସ, ବିଶ୍ୱକୁ ମାଡି ଆସିବ ଆର୍ଥିକ ବିପର୍ଯ୍ୟୟ !

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟିକସ । ଭାରତ ସମେତ ଚୀନ, କାନାଡ଼ା ଭଳି ଅନେକ ଦେଶ ପାଇଁ ଆମେରିକାର ନୂଆ ଟାରିଫ ଲାଗିବ । ଆଜି ଆମେରିକା ମୁକ୍ତି ଦିବସ ବା ଲିବରେସନ ଡେ ଠାରୁ ଏହି ଟିକସ ଲାଗୁ ହେବ । ଆଜି ପୁଣି ଥରେ ଟାରିଫ ଘୋଷଣା କରିବେ ଡୋନାଲ୍ଡ ଟ୍ରମ୍ପ । ସେହି କ୍ଷଣ ଠାରୁ ଲାଗୁ ହେବ ନୂଆ ଟାରି ଫ୍। ଆଜି ଆମେରିକା ସମୟ ଅପରାହ୍ଣ ୪ଟା ବେଳେ ରୋଜ୍ ଗାର୍ଡେନରେ ନୂଆ ଟାରିଫ ଘୋଷଣା କରିବେ ଟ୍ରମ୍ପ। ଭାରତ ସମେତ ଆଉ କିଛି ଦେଶ ଆମେରିକା ନିର୍ମିତ ସାମଗ୍ରୀ ଉପରେ ଲାଗୁ କରୁଥିବା ଟିକସର ସମାନ ପରିମାଣର ଟିକସ ଲାଗୁ କରିବାକୁ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିପରି ଏପ୍ରିଲ ୩ ତାରିଖରୁ ଅଟୋ ଶିଳ୍ପ ମଧ୍ୟ ସମାନ ଦଶା ଭୋଗିବାକୁ ଯାଉଛି । ଆମଦାନୀ ବିଦେଶୀ ଗାଡ଼ି ଉପରେ ୨୫ ପ୍ରତିଶତ ଟିକସ୍ ଲଗାଇବ ଆମେରିକା। ଏହାଦ୍ୱାରା ଭାରତ ସମେତ ଚୀନ, କାନାଡ଼ା ଭଳି ଦେଶ ପ୍ରଭାବିତ ହେବେ । ଆମେରିକାର ନୂଆ ଟାରିଫ ଲାଗିଲେ ବଶ୍ବକୁ ଆର୍ଥିକ ବିପର୍ୟ୍ୟୟ ମାଡ଼ି ଆସିବ ବୋଲି କୁହାଯାଉଛି । ଭାରତ ପାଇଁ ମହଙ୍ଗା ହେବ ଶକ୍ତି, ଭାରୀ ଯନ୍ତ୍ରାଂଶ ଆମଦାନୀ । ଶୁଳ୍କକୁ ନେଇ ଚିନ୍ତାରେ ନିବେଶକ। ସେୟାର ବଜାର ଧୂଳିସାତ। ୱାଲ୍ ଷ୍ଟ୍ରିଟ୍ ସହ ସମଗ୍ର ବିଶ୍ବବଜାର ନିମ୍ନମୁଖୀ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login