ପୁରୀ : ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି । ଗୋଟିଏ ଦିନର ବିରତି ପରେ ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବ । ଦ୍ୱିତୀୟ ଭୋଗ ଶେଷ ହେବା ପରେ କାମ ଆରମ୍ଭ ହେବ । ପ୍ରଥମ ଦିନରେ ଲୁହା ଭାରା ବନ୍ଧା ସହ ଫାଟ ଥିବା ସ୍ଥାନରେ ପ୍ଲାଷ୍ଟର ଛଡାଯାଇଥିଲା । ପ୍ରତିଦିନ ୫ରୁ ୭ ଘଣ୍ଟା ମରାମତି କାର୍ଯ୍ୟ କରିବ ଏଏସଆଇ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେଲେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ତେବେ ୧୭ ତାରିଖରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ।
Views: 33