ନୂଆଦିଲ୍ଲୀ : ଆଜିଠୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ, । ଚାଲି ଚାଲି ଦିଲ୍ଲୀ ଅଭିମୁଖେ ବାହାରିବେ । ପାର୍ଲ୍ୟାମେଣ୍ଟ ଅଭିମୁଖେ ବାହାରିବେ ଚାଷୀ । ପ୍ରାୟ ୧୦୦ ଜଣ କୃଷକ ନେତା ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ । ଏମଏସପିକୁ ଆଇନଗତ ମାନ୍ୟତା ସମେତ ଅନ୍ୟନ୍ୟ ଦାବିରେ ଗତ ୮ ମାସ ହେଲା ଦିଲ୍ଲୀ ସୀମାର ଡେରା ମାରିଛନ୍ତି ଚାଷୀ ।ଅନ୍ୟପଟେ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ ପାଇଁ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ । ସୀମାରେ ଚାଷୀଙ୍କୁ ଅଟକାଇବାକୁ ବ୍ୟାରିକେଡ୍ ଲଗାଯାଇଛି ।ସେପଟେ କୌଣସି ବି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ନିୟନ୍ତ୍ରଣ କରାଯିବ ବୋଲି ସୁରକ୍ଷାବଳ ପକ୍ଷରୁ କୁହାଯାଇଛି ।ଚାଷୀ ମାନେ ନିଜ ନିଜର ସମସ୍ୟା ନେଇ ସରକାରଙ୍କ ପାଖକୁ ଦାବି ଜଣାଇବାକୁ ଯାଉଥିବା ବେଳେ କାହିଁକି ଆମକୁ ଅଟକାଇବାକୁ ଏତେ ସୁରକ୍ଷାବଳ ନିୟୋଜିତ କରାଯାଉଛି ବୋଲି ଚାଷୀ ନେତା ମାନେ ପ୍ରଶ୍ନ କରିଛନ୍ତି ।
Views: 36