ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ପୂଜା ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ । ଚନ୍ଦ୍ରଭାଗାରେ ସୂର୍ଯେ୍ୟାଦୟ ଦର୍ଶନ ଓ ବୁଡ ପକାଇଲେ ଶ୍ରଦ୍ଧାଳୁ । ସକାଳ,ମଧ୍ୟାହ୍ମ ଓ ଅପରାହ୍ନରେ ସୂର୍ଯ୍ୟ ଦେବତାଙ୍କ ପୂଜା । କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଓ ସୈାର ମହା ଯଜ୍ଞ ଅନୁଷ୍ଠିତ । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ୟ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ୟ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ଆଜିର ଦିନରେ ଭଗବାନ କୃଷ୍ଣଙ୍କ ପୁତ୍ର “ସାମ୍ବ” ଚନ୍ଦ୍ରଭଗା କୂଳରେ ସୂର୍ୟ୍ୟ ଭଗବାନଙ୍କ ଉପାସନା କରି ପିତୃ ଅଭିଶାପରୁ ମୁକ୍ତିଲାଭ କରିଥିବା ନେଇ ପୂରାଣରେ ବର୍ଣ୍ଣିତ ରହିଛି । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ୟ୍ୟ ଉଦୟ ପୂର୍ବରୁ ଉଠି ଉଦୟ ସୂର୍ୟ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।
Views: 58











