କେନ୍ଦୁଝର : ଆଜି କେନ୍ଦୁଝର ଘଟଗାଁ ବାସିନୀ ମା ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମା ତାରିଣୀଙ୍କ ଉପବାସ । ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା ତାରିଣୀଙ୍କ ସ୍ୱତନ୍ତ୍ର ପୂଜା । ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା ତାରିଣୀଙ୍କ ସ୍ୱତନ୍ତ୍ର ପୂଜା । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନଡିଆ ରାଣୀ ମା ତାରିଣୀ । ଘଟଗାଁ ପୀଠରେ ଚଇତି ଓ ଆଷାଢୀ ଦୁଇଟି ସ୍ବତନ୍ତ୍ର ପର୍ବ । ଆଜି ଆଷାଢୀ ମାସ ଶେଷ ଗୁରୁବାର ମାଆଙ୍କ ଆଷାଢୀ ପର୍ବ । ଦିନ ତମାମ ମନ୍ଦିର ବନ୍ଦ ରହିଛି । ସନ୍ଧ୍ୟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ଜଗତ ଜନନୀ ମାଆ ତାରିଣୀଙ୍କ ଆଷାଢୀ ଦ୍ବିତୀୟ ମୁଖ୍ୟ ପର୍ବ । ଏହି ପର୍ବ ପାଇଁ ମନ୍ଦିର ବନ୍ଦ ରହିଛି । ରତିନୀତି ଅନୁସାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସରିବା ପରେ ରାତି ୭ଟାରେ ଦର୍ଶନ ଦେବେ ଘଟଗାଁ ରାଣୀ । ଏହି ପର୍ବକୁ ଯନ୍ତାଳ ପର୍ବ ବୋଲି ମଧ୍ୟ କୁହାଯାଏ । ଆଜି ଆଷାଢ଼ୀ ପର୍ବ ପାଇଁ ଦିନ ତମାମ ମନ୍ଦିର ବନ୍ଦ ରହିବ ସନ୍ଧ୍ୟା ୭ ଘଟିକାରେ ଖୋଲାଯାଇ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇ ରାତ୍ର ୧୦ ଘଟିକାରେ ମନ୍ଦିର ବନ୍ଦ ହେବ ।
ଆଜି ମା ତାରିଣୀଙ୍କୁ ଆଷାଢୀ ପର୍ବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...