The Ultimate Managed Hosting Platform
ADVERTISEMENT

ଆଜି ବିଶ୍ୱ ଛେନାପୋଡ ଦିବସ

Facebook
Twitter
LinkedIn

ଭୁବନେଶ୍ୱର : ମିଠା କଥା କହିଲେ ଓଡିଆଙ୍କ ପାଟିରେ ଆସେ ଛେନା ପୋଡ କଥା । ଯାହା ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ର ଛେନାପୋଡ଼ ଶ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧କୁ ପାଳନ ଅବସରରେ ଛେନାପୋଡ଼ ଦିବସ ପାଳନ ହେଉଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଲାଇନ୍ ବିଭାଗର ଅଧିକାରୀ, ତହସିଲଦାର ଏବଂ ବିଡିଓ ଏନଏସି ଏବଂ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ବିଭାଗ ପରି କାର୍ୟ୍ୟାଳୟରେ ଛେନା ପୋଡ କାଟି ଏହି ଉତ୍ସବକୁ ପାଳନ କରାଯିବା ନେଇ ସୂଚନା ରହିଛି ।
ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଥିପାଇଁ ଦିନ ୧୧ ଟାରେ ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟାଳୟରେ ଛେନାପୋଡ଼ କଟାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login