The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୩-୦୬-୨୦୨୩ ରିଖ ଶନିବାର)

Facebook
Twitter
LinkedIn

ମେଷ-ବୁଧାଦିତ୍ୟ ଯୋଗଜନିତ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭପୂର୍ବକ ସମ୍ମାନିତ ହେବେ । ଶିଳ୍ପ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସଫଳ ହେବେ । ନିର୍ମାଣ, ପ୍ରକାଶନ, ଗଣ ଯୋଗାଯୋଗ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।

ବୃଷ-ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ କରିବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଭାସମିତି, ସାମ୍ବାଦିକତା, ଏଜେନ୍ସିପ୍‌ରୁ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କଠାରୁ ଅଯାଚିତ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ ।

ମିଥୁନ-ଧନାଧିପତି ଷଷ୍ଠଭାବସ୍ଥ ଯୋଗୁ ଅର୍ଥସମ୍ପର୍କକୁ କେନ୍ଦ୍ରକରି ସମସ୍ୟାର ସମ୍ମୁଖୀନ ହେବେ । ଭୁଲ୍‌ ବୁଝାମଣାଜନିତ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।

କର୍କଟ-କର୍ମକ୍ଷେତ୍ରରେ ବଦଳି ହେତୁ ଆକସ୍ମିକ ସ୍ଥାନ ପରିବର୍ତ୍ତନଜନିତ କେତେକ ସମସ୍ୟା ଆସିପାରେ । ବିଭିନ୍ନ ଦୁଶ୍ଚିନ୍ତାରେ ନିଜ ଲୋକଙ୍କୁ ଭୁଲ୍‌ ବୁଝି ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବ ।

ସି˚ହ-ପଦାଧିକାରୀଙ୍କ ଆଦେଶରେ ଯାତ୍ରା କରିବାକୁ ବାଧ୍ୟ ହେବେ । ମନ ବିଚଳିତ ରହିବା କାରଣରୁ କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ମୁସ୍କିଲ୍‌ ହୋଇପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ ।

କନ୍ୟା-ଘରୋଇ ସମସ୍ୟାର ସମାଧାନ ସକାଶେ ଆତ୍ମୀୟଙ୍କ ସାହାଯ୍ୟ ଭିକ୍ଷା କରିବେ । କର୍ମକ୍ଷେତ୍ରରେ କେତେକ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟ ହେବ । ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ ।

ତୁଳା-କର୍ମକ୍ଷେତ୍ରରେ କିଛି ନା କିଛି କାରଣକୁ ନେଇ ଟେନ୍‌ସନ ଲାଗିରହିବ । ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି । ସାହିତ୍ୟ, ରାଜନୀତି, ସାମ୍ବାଦିକତା, ଆଇନ ଅଦାଲତ ତଥା ଲେଖାପଡ଼ାରୁ ଶୁଭଫଳ ପାଇବେ ।

ବିଛା-ଜନ୍ମଚନ୍ଦ୍ର ହେତୁ ଦୂର ସ୍ଥାନକୁ ଯିବା ସମୟରେ ଅନ୍ୟମନସ୍କ ହେଲେ ଅସୁବିଧା ଭୋଗିବେ । ପ୍ରତ୍ୟେକ ସ୍ତରରେ ସହମତି ଭିତ୍ତିରେ କାମ କରିବା ହିତକର ହୋଇପାରେ । ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

ଧନୁ-ପାରିବାରିକ ସମସ୍ୟା କେତେକାଂଶରେ କମି ଯାଇଥିବା କାରଣରୁ ମାନସିକ ସ୍ଥିତି ଏକପ୍ରକାର ଭଲ ରହିବ। ଶତ୍ରୁତାଜନିତ ପ୍ରତିରୋଧ କାମକୁ କେତେକାଂଶରେ ବିଶୃଙ୍ଖଳିତ କରିପାରେ । ଶିଳ୍ପ, ବ୍ୟବସାୟ, ପରିବହନରେ ସମସ୍ୟା ସମାଧାନ ହେବ । ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି ।

ମକର-ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ । କାହା ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ । ଅତି ଭଲ ସମ୍ପର୍କ ରଖିଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ସମୟରେ କୌଣସି ସମସ୍ୟା ଉପୁଜିପାରେ ।

କୁମ୍ଭ-ଭଲ ସମ୍ପର୍କ ନ ଥିବା କାରଣରୁ ପଡ଼ୋଶୀମାନେ ସାଧାରଣ କଥାରୁ କଳହ କରିପାରନ୍ତି । ସାଧାରଣ ମନେ ନକରି ପିଲାମାନଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ଭଲ ହେବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି ।

ମୀନ-ଶୁଭଚନ୍ଦ୍ର ପ୍ରଭାବରୁ ଆନୁଷ୍ଠାନିକ କାମରେ ବନ୍ଧୁ, ବୁଦ୍ଧିଜୀବୀ କିମ୍ବା ଆତ୍ମୀୟଙ୍କ ଦ୍ୱାରା ପ୍ରଶଂସାଭାଜନ ହୋଇପାରନ୍ତି । ଘରୋଇ କ୍ଷେତ୍ରରେ ବାଦବିବାଦ କିମ୍ବା ଜମିଜମା ବିଷୟ ଜଟିଳ ହୋଇପାରେ । ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଏକ ଭିନ୍ନ ପରିବେଶରେ ପୁଣି ଯୋଡ଼ି ହୋଇଯିବ । ଜମିଜମା କାରବାର, କାରଖାନା, ହୋଟେଲ, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login