ବାଲେଶ୍ୱର: ଶୁଭୁଛି କେବଳ ଚିକ୍ରାର । ଖାଲି ଡାକ ଛାଡୁଛନ୍ତି ବଞ୍ଚାଅ ବଞ୍ଚାଅ । କାହାକୁ ବା କେତେ ଜଲ୍ଦୀ ନେଇ ହସ୍ପିଟାଲରେ ପହଁଚାଇ ହେବ ସେହି କାମରେ ଲାଗିପଡିଛନ୍ତି ସ୍ଥାନୀୟ ଲୋକେ , ପ୍ରଶାସନ ଓ ଆତ୍ମୀୟ ସ୍ୱଜନ । କାହାର ପୁଅ , ଝିଅ , ଭାଇ , ଭାଉଣୀ ଯେଉଁ ମାନେ ବି ଏହି ଟ୍ରେନରେ ରହିଥିଲେ ସମସ୍ତଙ୍କ ଆଖିରେ ରହିଛି ଲୁହ ଛାତିରେ ରହିଛି କୋହ । ଭୟଙ୍କର ଓ ଛାତିଥରା ଦୁର୍ଘଟଣା । ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍ ଧକ୍କାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ପ୍ରାୟ ୯ଶହ । ଆଗକୁ ଅଧିକ ବଢ଼ିପାରେ ମୃତ୍ୟୁସଂଖ୍ୟା । ୩ ଶହ ବି ଛୁଇଁପାରେ । ଏବେ ଦୁର୍ଘଟଣା ସ୍ଥଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍ । ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ, ଅଗ୍ନିଶନ ବାହିନୀ, ଏନଡିଆରଏଫ୍ ଓ ସେନା ନିୟୋଜିତ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗିରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଗ୍ୟାସ୍ କଟର, ପ୍ଲାଜମା କଟିଂ ମେସିନ୍ ଜରିଆରେ ଦୁର୍ଘଟଣାଗ୍ରସ୍ତ ବଗିକୁ କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି । ଦୁର୍ଘଟଣାସ୍ଥଳରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ବାଲେଶ୍ୱର, ଭଦ୍ରକର ବିଭିନ୍ନ ହସ୍ପିଟାଲ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଚିକିତ୍ସିତ ହେଉଛନ୍ତି ।
ଗୁରୁତର ଆହତଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି । କଟକରେ ୩୪ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି ରାଜ୍ୟ ବାହାରର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଘଟଣାସ୍ଥଳକୁ ଯିବେ । ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଏକ ପ୍ରଶାସନିକ ଟିମ୍ ଉଦ୍ଧାର ଓ ପୁନରୁଦ୍ଧାର କାମର ତଦାରଖ କରୁଛନ୍ତି । ୧୯୮୧ ପରଠୁ ଦେଶରେ ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି କୁହାଯାଉଛି ।
କାଳ ସାଜିଲା କରମଣ୍ଡଳ ଏକ୍ସପ୍ରେସ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







