The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା-୦୧.୦୫.୨୦୨୩ ରିଖ ସୋମବାର)

Facebook
Twitter
LinkedIn

ମେଷ: ବୁଧଙ୍କ ପ୍ରଭାବରୁ ଏମିତି କଥାରେ କଥାରେ ମରମ କଥା କହିଦେବେ ଯେ-ବୁଝତ୍ଲା ଲୋକ ଠିକ୍‌ ଭାବରେ ବୁଝିଯିବ। ବନ୍ଧୂଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବା ସୁଯୋଗ ମିଳିବାର ସମ୍ଭାବନା ରହିଛି। କିନ୍ତୁ ଆର୍ଥିକସ୍ଥିତି ସେତେଟା ଭଲ ରହିବ ନାହିଁ ଫଳରେ ପାରିବାରିକଦ୍ୱନ୍ଦ |

ବୃଷ: ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଦେଖିବେ ସବୁ ଅପସରି ଯିବ। ହାତକୁ ନେଇଥିବା କାମଗୁଡିକ ମାତ୍ର ଠିକ୍‌ ଭାବରେ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।

ମିଥୁନ: ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ପାରିବାରିକ କ୍ଷେତ୍ରରେ କିଛି ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

କର୍କଟ: ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଅଶ୍ଳେଷା ନକ୍ଷତ୍ରର ସନ୍ତାନମାନଙ୍କ ସକାଶେ ଦୁଶ୍ଚିନ୍ତା ବଢିପାରେ। ତଥାପି ମନବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।

ସି˚ହ:ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ମଘା ନକ୍ଷତ୍ରର ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ଜଣେ ବନ୍ଧୁଙ୍କ ଆର୍ଥିକ ସହାୟତାରୁ ଉପକୃତ ହେବେ।

କନ୍ୟା: ଆପଣଙ୍କର ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ହସ୍ତା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସଙ୍ଗୀତ,ସାହିତ୍ୟ,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।

ତୁଳା :ସ୍ବାତୀ ନକ୍ଷତ୍ର ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟି ଭୁଲିଯାଇପାରନ୍ତି। ସତ୍ୟତା ନ ଥାଇ କୌଣସି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନ, ଗବେଷଣା, ଚୁକ୍ତିପତ୍ର, ଆଲୋଚନା ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।

ବିଛ|: ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲାଭଳି କିଛି କାମ କରିବା ଠିକ୍‌ ହେବ ନାହିଁ। ଅନୁରାଧା ନକ୍ଷତ୍ରର ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ। ପୂର୍ବ ଘଟଣାକୁ କେନ୍ଦ୍ର କରିବା ସାଙ୍ଗକୁ କିମ୍ବା ଅତୀତକୁ ସ୍ମରଣ କରି ଅନୁତାପ କରିବେ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଶତ୍ରୁଙ୍କର ପ୍ରାଦୁର୍ଭାବ ଓ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ବ୍ୟବସାୟ, ପରିବହନ ଏବଂ ରିୟଲ୍‌ ଇଷ୍ଟେଟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ରାଜନୈତିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।

ମକର: କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଆନୁଷ୍ଠାନିକ କାମ ସାଙ୍ଗକୁ ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। ସଂଗଠନ, ସଭାସମିତି, ଆନୁଷ୍ଠାନିକ କାମ ତଥା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ।

କୁମ୍ଭ: ଅର୍ଥ, ନୂତନ ଯୋଜନା, କଲ୍ୟାଣମୂଳକ କାର୍ଯ୍ୟ ଦିଗରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ। ସହକର୍ମୀଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି ଆଶଙ୍କା ଦେଖାଦେଇପାରେ। ସାଧାରଣ କଥାକୁ ଅତିରଞ୍ଜିତ କରି ବିରୋଧୀମାନେ କଳହ କରିପାରନ୍ତି।

ମୀନ: ସମୟ ସ୍ରୋତରେ ଭୁଲ୍‌ ବୁଝାମଣା କ୍ରମେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡିହୋଇଯିବ। ରେବତୀ ନକ୍ଷତ୍ର ସକାଳୁ ସକାଳୁ ଶୁଭ ଖବର ପାଇ ଖୁସୀ ହୋଇଯିବେ। ଆଜିର ଆଲୋଚନା ସାରଗର୍ଭକ ହେତୁ ବନ୍ଧୁଗହଣରୁ ପ୍ରଶଂସାର ସୁଅ ଛୁଟିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login