May 16, 2024 9:51 am

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୮.୦୬.୨୦୨୩.ରିଖ ବୁଧବାର)

Facebook
Twitter
LinkedIn

ମେଷ-ଆଜି ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ । ଶୁକ୍ର ସହ ମଙ୍ଗଳଙ୍କ ସଂଯୋଗ ପରିବାରରେ ବନ୍ଧୁମିଳନ ସଙ୍ଗକୁ ଖୁସୀର ଆସର ଜମିବ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି । ପାରିବାରିକ, ପ୍ରଶାସନିକ କ୍ଷେତ୍ର ପ୍ରାୟତଃ ମଧ୍ୟମ ପ୍ରକାରର ରହିବ ।

ବୃଷ-ଆଜି ବୁଧାଦିତ୍ୟ ଯୋଗଙ୍କ ସୁପ୍ରଭାବରୁ ଅର୍ଥଲାଭ ସଙ୍ଗକୁ ସନ୍ତାନମାନଙ୍କ ଗୌରବରେ ନିଜକୁ ଗୌରବାନ୍ବିତ ମନେକରିବେ । କିନ୍ତୁ ସହକର୍ମୀଙ୍କ ସହ ମତାନ୍ତର ଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କିଛିି ଜିନିଷ ହଜାଇବା କାରଣରୁ ବିରସ ମନରେ କାଳ କାଟିବେ ।

ମିଥୁନ-ଆକସ୍ମିକ ଭାବରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ମଧ୍ୟାହ୍ନ ପରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ । ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ ।

କର୍କଟ-ଶୁକ୍ର ପ୍ରଭାବରୁ ନିଜର ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହେବେ । ତଥାପି ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ ।

ସି˚ହ-ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ । ତଥାପି ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ । ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ ।

କନ୍ୟା-ଆଜି ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିବାଦ କ୍ଷେତ୍ରରେ ବିଜୟୀ ହେବେ । ମନର ଅଶାନ୍ତିକୁ ପ୍ରକାଶ ନ କରି ଅନ୍ୟମାନଙ୍କ କାମରେ ନିଜକୁ ମଜ୍ଜାଇ ରଖି ପ୍ରଶଂସିତ ହେବେ । ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି ।

ତୁଳା-ଆଜି କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ବୃଦ୍ଧି ପାଇବା କାରଣରୁ ମନ ଅଶାନ୍ତ ରହିବ । ସମୟାନ୍ତରେ ଆକସ୍ମିକ ଭାବରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ନିଜ ଲୋକଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ ।

ବିଛା-ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଠିକ୍‌ ନିଷ୍ପତ୍ତି ନେବା ସହଜସାଧ୍ୟ ନ ହୋଇପାରେ । ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ । ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ଅନୁଭବ କରିବେ ।

ଧନୁ-ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ସକାଳୁଆ ଯାତ୍ରାରେ ଯେଉଁଥି ସକାଶେ ଯାଉଛନ୍ତି ସେଥିରେ ସଫଳତା ଅବଶ୍ୟମ୍ଭାବୀ । ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।

ମକର-ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ । ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ବ୍ୟବସାୟିକ ସଫଳତା ମିଳିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହେବ ନାହିଁ ।

କୁମ୍ଭ-ଅସନ୍ତୋଷକୁ ବନ୍ଧୁଙ୍କ ସମ୍ମୁଖରେ ବଖାଣି ଓଲଟା ଫଳ ଭୋଗିବେ। ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ । କତେକ କାମ ଅଧାରେ ଅଟକି ଯିବା କାରଣରୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ ।

ମୀନ-ପ୍ରତ୍ୟେକ କାମ ଗତାନୁଗତିକ ରୀତିରେ ଗଡି ଚାଲିଲେ ମଧ୍ୟ ମନ ପ୍ରାୟତଃ ଭଲ ରହିବ ନାହିଁ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login