The Ultimate Managed Hosting Platform
ADVERTISEMENT

ଆଖି ବୁଜିଲେ ମହାଭାରତର ଭୀମ,  ୭୪ ବର୍ଷରେ ନିଧନ ।

Facebook
Twitter
LinkedIn

ବି. ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଶୋ’ ‘ମହାଭାରତ’ ରେ ଭୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରବୀଣ କୁମାର ସୋବିତଙ୍କର ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ଏହାସହ ଆର୍ଥିକ ଦୂରାବସ୍ଥା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ

 ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଥଲେଟ ମଧ୍ୟ ଥିଲେ। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପ୍ରବୀଣ ୧୯୬୦ରୁ ୭୦ ମସିହା ମଧ୍ୟରେ ଏସିଆମ ଗେମ୍ସରେ ୪ଟି ମେଡାଲ ଜିତିଥିଲେ। ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଅନ୍ୟ ଏକ ସିଲିଭର ମେଡାଲ ଥିଲା। ଏଥିନିମନ୍ତେ ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ  BSFରେ ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ପ୍ରବୀଣ । ହେଲେ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା।ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁସି କରାଇ ଦେଉଥିଲା । ସେ ଟିଭି ସିରିଏଲ୍ ବ୍ୟତୀତ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login