ଭୁବନେଶ୍ୱର : ଦୁର୍ବଳ ମୈାସୁମୀ ପ୍ରଭାବ ପାଇଂ ତାପମାତ୍ରା ବୃଦ୍ଧି । ଉପକୂଳ ଓଡିଶାରେ ଦିନ ତାପମାତ୍ରାରେ ୩ରୁ୪ ଡିଗ୍ରୀ ବୃଦ୍ଧି । ଦିନ ତମାମ ଆଦ୍ରତା ୬୦ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ । ଏହି ସମୟରେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହି ବର୍ଷା ହେବ ବୋଲି ଆଶଙ୍କା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି ।
Views: 105











