ଭୁବନେଶ୍ୱର : ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ମୋ ବସ ସହ ଯୋଡି ହେଲେ ଆଉ ୩ଟା ଜିଲ୍ଲା । ପ୍ରଥମେ କେବଳ ଭୁବନେଶ୍ୱର କଟକ ଓ ପରେ ପୁରୀ କୁ ମୋ ବସ ଗମନାଗମନ ହେଉଥିବା ବେଳେ ଏବେ ଗଞ୍ଜାମ,ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡିବ ମୋ ବସ୍ । ସରକାର ଏ ନେଇ ନିଷ୍ପତି ନେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ ।
ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକେ ସୁବିଧା ପାଇ ପାରିବେ । କ୍ୟାପିଟାଲ ରିଜିଓନ ଅଞ୍ଚଳରେ ୩୯୦ ଓ ରାଉରକେଲାରେ ୧୦୦ ଟି ମୋ ବସ ଚଳାଚଳ କରୁଛି । ଅଧିକ ବସ ଚଳା ଚଳ ଦ୍ୱାରା ଯାତ୍ରୀମାନେ ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ।
Views: 75