The Ultimate Managed Hosting Platform
ADVERTISEMENT

ଆଇସିସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜୟ ଶାହା

Facebook
Twitter
LinkedIn

ଦୁବାଇ : ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୂର୍ବତନ ସମ୍ପାଦକ ଜୟ ଶାହ ରବିବାର ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ନଭେମ୍ବର ୨୦୨୦ରୁ ଆଇସିସିର ଏହି ଶୀର୍ଷ ପଦରେ ଥିବା ଗ୍ରେଗ୍ ବାରକ୍ଲେଙ୍କଠୁ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଶାହଙ୍କ ମୁଖ୍ୟ ଲକ୍ଷ୍ୟରେ ରହିଛି କ୍ରିକେଟ୍କୁ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ କରିବା। ଏଥିସହ ଆଇସିସି ଚମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଚାଲିଥିବା ବିବାଦର ସମାଧାନ ତାଙ୍କର ପ୍ରାଥମିକତା ରହିବ। ୨୦୧୯ରେ ଶାହ ବିସିସିଆଇର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ ଭାରତୀୟ କ୍ରିକେଟ୍ ବହୁ ଉପରକୁ ଉଠିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login