The Ultimate Managed Hosting Platform
ADVERTISEMENT

କନ୍ନଡ ଅଭିନେତ୍ରୀ ଶୋଭିତାଙ୍କ ନିଧନ, ସାଉଥ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା

Facebook
Twitter
LinkedIn

ନୂଆଦିଲ୍ଲୀ : ସାଉଥ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ କନ୍ନଡ ଫିଲ୍ମ ଆକ୍ଟ୍ରିସ୍ ଶୋଭିତା ଶିବନା ୩୦ ବର୍ଷ ବୟସରେ ସମସ୍ତଙ୍କୁ ବିଦାୟ ଦେଇଛନ୍ତି । ଖବର ଅନୁଯାୟୀ ଅଭିନେତ୍ରୀଙ୍କ ହାଇଦ୍ରାବାଦ ଘରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ଆସିବା ପରେ ସମଗ୍ର ଇଣ୍ଡଷ୍ଟ୍ରୀରେ ଶୋକର ବାଦଲ ଖେଳିଯାଇଛି । ଏଥିସହ ଅଭିନେତ୍ରୀଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏକ ରିପୋର୍ଟ ଅନୁଯାୟୀ କନ୍ନଡ ଅଭିନେତ୍ରୀ ଶୋଭିତା ୩୦ ନଭେମ୍ବର ବିଳମ୍ବିତ ରାତିରେ ଜୀବନ ହାରିଥିଲେ । ଏହା ପଛର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ । ଶୋଭିତା ‘ଗଲିପାଟା’, ‘ମଙ୍ଗଳା ଗୌରୀ’, ‘କୋଗିଲେ’, ‘କୃଷ୍ଣା ରୁକ୍ମିଣୀ’ ଏବଂ ‘ଅମ୍ମାୱରୁ’ ସମେତ ୧୦ ରୁ ଅଧିକ ଲୋକପ୍ରିୟ ଟିଭି ଶୋ’ରେ କାମ କରିଛନ୍ତି । ଟିଭି ସିରିଏଲ ବ୍ୟତୀତ ଏହି ଅଭିନେତ୍ରୀଙ୍କୁ ‘ଏରାଡୋଣ୍ଡଲା ମୁରୁ’ ଏବଂ ‘ଜ୍ୟାକପଟ୍’ ଭଳି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login