ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏକ୍ସପର୍ଟମାନେ ପ୍ରାୟତଃ ବ୍ରୋକୋଲି ଖାଇବାକୁ ପରାମର୍ଶ ଦିଅନ୍ତି ଯାହା ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ଭିଟାମିନ୍ ସି, କେ ଏବଂ ଏ, ମିନେରାଲ୍ସ କ୍ୟାଲସିୟମ୍ ଏବଂ ପୋଟାସିୟମ୍, ଆଇରନ, ଫାଇବର ଏବଂ ସଲଫୋରାଫେନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ।
ବ୍ରୋକୋଲି ଫାଇବରରେ ଭରପୁର, ଯାହା ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ । ଏହା ପାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ବ୍ରୋକୋଲିରେ ଫାଇବର, ପୋଟାସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଫାଇବର କୋଲେଷ୍ଟ୍ରଲ୍ ଲେବଲ କମ କରିବାରେ ସାହାଯ୍ୟ କରେ ଏବଂ ପୋଟାସିୟମ୍ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ ।
ବ୍ରୋକୋଲିରେ ଗ୍ଲୁକୋସିନୋଲେଟ୍ସ ଅଧିକ ପରିମାଣରେ ଥାଏ, ଯାହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ଏହି ଯୌଗିକଗୁଡ଼ିକ ଲିଭରରେ ଡିଟକ୍ସିଫାଇଂ ଏଞ୍ଜାଇମଗୁଡ଼ିକୁ ଆକ୍ଟିଭ କରନ୍ତି, ଯାହା ଶରୀରର ବିଷାକ୍ତ ପଦାର୍ଥ ଏବଂ କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରେ ।
କମ୍ କ୍ୟାଲୋରୀ କିନ୍ତୁ ଅଧିକ ଫାଇବର ଥିବା ବ୍ରୋକୋଲି ଆପଣଙ୍କୁ ଅଧିକ ସମୟ ପାଇଁ ଫୁଲ୍ ରଖିଥାଏ, ଯାହା ଅତ୍ୟଧିକ ଖାଇବାର ସମ୍ଭାବନା ହ୍ରାସ କରେ । ଏଥିରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ପେଟ ଭରି ଦେଇଥାଏ ।
ଆଇରନରେ ଭରପୁର ଏହି ସବୁଜ ପରିବା, ବଢିବ ରୋଗ ପ୍ରତିରୋଧକ ଶକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











