The Ultimate Managed Hosting Platform
ADVERTISEMENT

ଆଇପିଏଲ ଖେଳିବେନି ମହମ୍ମଦ ସାମି !

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁଜୁରାଟ ଟାଇଟନ୍ସକୁ ବଡ ଝଟକା । ଆଇପିଏଲ ୨୦୨୪ରେ ଖେଳିବେନି ସାମି । ଆଇପିଏଲ ଆରମ୍ଭ ପୂର୍ବରୁ ବାମ ପଟ ଗୋଡରେ ଆଘାତ କାରଣରୁ ସାମି ପୂରା ଆଇପିଏଲରୁ ବାଦ୍ ପଡିଛନ୍ତି । ଏବେ ସାମିଙ୍କୁ ବ୍ରିଟେନରେ ସର୍ଜରୀର ଆବଶ୍ୟକତା ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୨୦୨୩ ବିଶ୍ୱକପ୍ ପରେ ଆଘାତ ସମସ୍ୟା ପାଇଁ ବିଭିନ୍ନ ସିରିଜରୁ ବାଦ୍ ପଡିଛନ୍ତି ସାମି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା । ଗୋଡରେ ଲାଗିଥିବା ଆଘାତ ପାଇଁ ସାମି ପ୍ରଥମେ ଇଞ୍ଜେକସନ ନେଇଥିଲେ । କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ଏବେ ଅପରେସନ କରିବାକୁ ପରାର୍ମଶ ଦେଇଛନ୍ତି ଡାକ୍ତର । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ଅଧିନାୟକ ପଦ ଛାଡିଥିବା ବେଳେ ଏବେ ଶୁଭମନ ଗିଲଙ୍କ ଦଳକୁ ବଡ ଝଟକା ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login