ଅହମ୍ମଦାବାଦ : ଅଢେଇ ଦିନରେ ସରିଲା ଅହମ୍ମଦାବାଦ ଟେଷ୍ଟ । ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଇନିଂସ ଓ ୧୪୦ ରନରେ ହରାଇଲା ଭାରତ । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ମାତ୍ର ୧୪୬ରେ ଅଲଆଉଟ । ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ । ଶତକ ମାରିବା ସହିତ ୪ ଓ୍ବିକେଟ ନେଇଛନ୍ତି ।ଅହମ୍ମଦାବାଦରେ ଚାଲିଥିବା ଟେଷ୍ଟରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ଭାରତ ବ୍ୟାଟିଂ କରି କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ଧ୍ରୁବ ଜୁରେଲଙ୍କ ଶତକରେ ୫ ୱିକେଟ ହରାଇ ୪୪୮ ରନ କରି ପାଳି ଘୋଷଣା କରିଥିଲା । ଏହାପରେ ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୪୬ ରନ କରି ଅଲଆଉଟ ହୋଇଥିଲା । ଫଳରେ ଭାରତ ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଛି ।
Views: 50