ଭୁବନେଶ୍ୱର : ଅସ୍ମିତା ଶବ୍ଦକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ-ଅରୁଣ ମୁହାଁମୁହିଁ । ଅରୁଣଙ୍କ ଅସ୍ମିତା ଅର୍ଥ କଣ ପ୍ରଶ୍ମରେ ଉତ୍ତର ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ଓଡିଆ ଅଭିଧାନ ଆଧାରରେ ଅସିମତାର ଅର୍ଥ ବୁଝାଇଲେ ସୂର୍ଯ୍ୟବଂଶୀ । ଅସ୍ମିତା ବି ମୁଁ ପଣ, ଅହଂଜ୍ଞାନ, ମୁଁ ଭାବ, ଅଛି –ଏହି ଭାବ ଆତ୍ମ ପରିଚିତି । ଚଳନ୍ତି ଓଡିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ ଓ ବ୍ୟାଖ୍ୟା ଦର୍ଶାଇଲେ । ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢ଼ିଥିଲା ଏବଂ ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିଥିଲା । ସେହି ପ୍ରସଙ୍ଗକୁ ନେଇ ରୋଚକ ହୋଇଛି ବିଧାନସଭା ପ୍ରଶ୍ନ ଉତ୍ତର । ତେବେ ସବୁଠୁ ବଡ଼ କଥା ହେଉଛି ଓଡ଼ିଆ ଅଭିଧାନକୁ ଉଦ୍ଧାର କରି ଅସ୍ମିତା ଶବ୍ଦକୁ ବ୍ୟାଖା କରିଛନ୍ତି ସୂରଜ ସୂର୍ୟ୍ୟବଂଶୀ। ସଂସ୍କୃତିମନ୍ତ୍ରୀ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଅହଙ୍କାର ଯୋଗୁଁ ବିଜେଡି ଗଲା । ଏହା ମଧ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି । ତେବେ ଆମେ ଓଡ଼ିଆ ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ । ତେଣୁ ଓଡ଼ିଆ ଅସ୍ମିତାକୁ କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ୍ ନୁହେଁ । ଆମ ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା । ଏପରି ଓଡ଼ିଆ ଅସ୍ମିତାର ଅର୍ଥକୁ ସରଳ ଭାବେ ବୁଝାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ।
ଅସ୍ମିତା ଶବ୍ଦକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ-ଅରୁଣ ମୁହାଁମୁହିଁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...