ଭୁବନେଶ୍ୱର : ଗେଷ୍ଟ ଫ୍ୟାକଲିଟି ଭରସାରେ ଚାଲିଛି ନାମକରା ବିଶ୍ୱ ବିଦ୍ୟାଳୟ । ୧୭ଟି ବିଶ୍ୱ ବିଦ୍ୟାଳୟରେ ୯୬୩ ଗେଷ୍ଟ ଫ୍ୟାକଲିଟି ପଢାଉଛନ୍ତି । ଉକôଳରେ ୫୯, ରେଭେନ୍ସାରେ ୮୯, ସମ୍ବଲପୁରରେ ୬୪ , ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୧୧୩, ବିକ୍ରମଦେବରେ ୭୮ , ଗଙ୍ଗାଧର ମେହେରରେ ୬୧, ଖଲ୍ଲିକୋଟରେ ୬୩, ରମାଦେବୀରେ ୬୧ ଜଣ ଅତିଥି ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମିଳିଥିବା ସୂଚନା ମୁତାବକ, ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ ଏ ସମ୍ପର୍କରେ ଉତ୍ତର ରଖି କହିଥିଲେ ଯେ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ ପଦବୀ ଅଛି । ସେ ମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା କାର୍ୟ୍ୟ କରୁଛନ୍ତି । ଏଥିସହିତ ୧୩୦୭ଟି ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ ।
ଗେଷ୍ଟ ଫ୍ୟାକଲିଟି ଭରସାରେ ଚାଲିଛି ନାମକରା ବିଶ୍ୱ ବିଦ୍ୟାଳୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











