ମୁମ୍ବାଇ : ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ୨ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଘଟଣା ପରେ ୨ ଅଭିଯୁକ୍ତ ଗୁଜୁରାଟ ପଳାଇଯାଇଥିଲେ। ଉଭୟଙ୍କୁ ଗୁଜୁରାଟର କଚ୍ଛରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଉଛି। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବେ। ତେବେ ଅଭିଯୁକ୍ତମାନେ ବିହାରର ବାସିନ୍ଦା ବୋଲି ଜଣାପଡିଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ୨୪ ବର୍ଷିୟ ବିକି ସାହବ ଗୁପ୍ତା ଏବଂ ୨୧ ବର୍ଷିୟ ଶ୍ରୀଜୋଗେନ୍ଦ୍ର ପାଲ ରହିଛନ୍ତି । ଉଭୟ ଅଭିଯୁକ୍ତ ବିହାରର ପଶ୍ଚିମ ଚମ୍ପରାନର ନରକାଟିଆ ତହସିଲର ମସହି ଗାଁର ବାସିନ୍ଦା।
Views: 78











