ବାଲିପଦା : ବନ୍ଦ ଘରୁ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡା ଘରୁ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଛି । ମୋଟା ଅଙ୍କର ଚାକିରେ ଦେବା କହି ଯୁବତୀଙ୍କୁ ଆଣି ଏହି ଘରେ ଅଟକ ରଖିଯାଇଥିଲା । ସ୍ଥାନୀୟ ଲୋକଙ୍କ ସନେ୍ଦହ ହେବାରୁ ପୋଲିସ ସହାୟତରେ ୁଯବତୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଁଚି ଜିଲ୍ଲାପାଳ ଓ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ତ ଯୁବତୀ ଗଜପତି, ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।
Views: 70











