The Ultimate Managed Hosting Platform
ADVERTISEMENT

“ଅପରେସନ ସିନ୍ଦୂର”କୁ ନେଇ ଅମିତାଭ ବଚ୍ଚନ କଲେ ଭାରତୀୟ ସେନାଙ୍କୁ ପ୍ରଶଂସା

Facebook
Twitter
LinkedIn

ମୁମ୍ବାଇ : “ଅପରେସନ ସିନ୍ଦୂର”କୁ ନେଇ ଅମିତାଭ ବଚ୍ଚନଙ୍କ ପ୍ରଶଂସା । ଏକ କବିତା ଲେଖି ଏକ୍ସରେ କଲେ ପୋଷ୍ଟ । ଭାରତୀୟ ସେନାଙ୍କୁ କଲେ ପ୍ରଶଂସା । ଜୟ ହିନ୍ଦର ସ୍ଲୋଗାନ ଦେଇଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ପୂର୍ବରୁ ଏହି ଘଟଣା ସମ୍ବନ୍ଧୀୟ କୌଣସି ପୋଷ୍ଟ ସେ ସେୟାର କରିନଥିଲେ ।

ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଯାହା ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆକ୍ରମଣରେ ପାକିସ୍ତାନ ୯ ଆତଙ୍କୀ ଶିବିରକୁ ଧ୍ବଂସ କରିବାରେ ସଫଳ ହୋଇଥିଲା ଭାରତ । ଯାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା, ଅଭିନେତା ପର୍ୟ୍ୟନ୍ତ ସମସ୍ତେ ନିଜେ ନିଜର ପ୍ରତିକ୍ରିୟା ଦେଇଥିଲେ ।ଏହାରି ମଧ୍ୟରେ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ କରି ଆସୁଥିବା ଅମିତାଭ ବଚ୍ଚନ ଏହି ବାବଦରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ତାଙ୍କର ଏପରି କାର୍ୟ୍ୟକଳାପ ଦେଖି ପ୍ରଶଂସକମାନଙ୍କୁ ତାଙ୍କୁ ପସନ୍ଦ କରିନଥିଲେ । କିନ୍ତୁ ବିଗ ବି ଅନେକ ଦିନ ଧରି ଟ୍ୱିଟ କରୁଥିଲେ । ଏ ଘଟଣାର ପ୍ରତିକ୍ରିୟା ପାଇଁ ଅମିତାଭଙ୍କ ଟ୍ୱିଟଗୁଡିକୁ ଫ୍ୟାନ୍ସ ନଜର ରଖୁଥିଲେ । ହେଲେ ସେହି ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ପାଇପାରୁନଥିଲେ । ଅମିତାଭଙ୍କର ଏକ ପୋଷ୍ଟ ଏବେ ଭାଇରଲ ହେବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login