ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି ମୋଦି । ତିନିଦିନିଆ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି । ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରୁ ରାଜଭବନ ପର୍ୟ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ। ସଂଧ୍ୟା ୬ଟା୩୦ରେ ରାଜଭବନରୁ ବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଆସିବେ। ଦଳୀୟ କାର୍ୟ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ୟ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ମୋଦିଙ୍କ ଗସ୍ତ ପାଇଁ ବିଜେପି କାର୍ୟ୍ୟାଳୟରେ ବ୍ୟାପକ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଜେଇ ହେଇଛି ବିଜେପ ପାର୍ଟି ଅଫିସ। ଭୁବନେଶ୍ବର ବିଜେପି ପାର୍ଟି ଅଫିସରେ ୨ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂଧ୍ୟା ସାଢେ ୬ଟାରୁ ସାଢେ ୮ଟା ପର୍ୟ୍ୟନ୍ତ ରହିବେ। ଦଳୀୟ କାର୍ୟ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ୟ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ପରେ ପାର୍ଟି ଅଫିସରେ ଡିନର କରିବେ ମୋଦି। ରାତ୍ର ଭୋଜନରେ ପାରମ୍ପରିକ ଓଡ଼ିଆ ନିରାମିଷ ଖାଦ୍ୟ ପରସାଯିବ। ସାଢେ ୮ଟାରେ ରାଜଭବନ ଫେରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ହୋଇଛି ବ୍ୟାପକ ପ୍ରସ୍ତୁତି।
ଏହାପରେ ଆସନ୍ତାକାଲି ପୂର୍ବାହ୍ନ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ରାତି ୮ଟା ପର୍ୟ୍ୟନ୍ତ ରହିବେ, ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ । ସେହିପରି ଡିସେମ୍ବର ୧ ତାରିଖ ପୂର୍ବାହ୍ନ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ । ଅପରାହ୍ନ ୪ଟା ୧୫ ପର୍ୟ୍ୟନ୍ତ କନ୍ଭେନସନ ସେଣ୍ଟରଠାରେ ରହିବେ । ଏହାପରେ ଅପରାହ୍ନ ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।
ଅପରାହ୍ନ ୪ଟା ୨୦ ମିନିଟରେ ଭୁବନେଶ୍ୱରରେ ପହଁଚିବେ ମୋଦୀ, କଣ ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଜାଣନ୍ତୁ…..
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











