ଭୁବନେଶ୍ୱର : ଆଜିଠୁ ଡିସେମ୍ବର ୧ ତାରିଖ ପର୍ୟ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି କରିଛି । ଆସନ୍ତୁ ଜାଣିବା କେଉଁଠି କେଉଁ ସମୟରେ ରହିବ କଟକଣା-
-ଦିନ ଗୋଟାରୁ ୨ଟା: ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ ବନ୍ଦ
-ଅପରାହ୍ନ ୪ଟା ୪୫ରୁ ୫ଟା୨୫:ଏୟାରପୋର୍ଟ ଛକ , ହସପିଟାଲ ଛକ, ଏଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା
-ସନ୍ଧ୍ୟା ୬ଟାରୁ ୬ଟା ୪୫: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ
-ସନ୍ଧ୍ୟା ୭ଟା୩୦ରୁ ୮.୨୦: ଏଜି ଛକ, ରବୀନ୍ଦ୍ରମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ
-ରାତି ୮ଟା୨୫ରୁ ୮ଟା ୫୦: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକରେ ଟ୍ରାଫିକ କଟକଣା ରହିବ ।
ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଆଜିଠାରୁ ଆରମ୍ଭ ହେବ। ଏହାସହ ପ୍ରଥମଥର ପାଇଁ ୩ଦିନ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଇଣ୍ଟେଲିଜେନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀ, ସମସ୍ତ ରାଜ୍ୟର ଡିଜିପି, CRPF DG, RAW ମୁଖ୍ୟ , NSG ଏବଂ SPG ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଯେଉଁଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ରାଜଧାନୀରେ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ସମୟରେ କେଉଁଠି କଟକଣା ରହିବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











