ଯାଜପୁର : ଅଜଣା ଗାଡି ଧକ୍କାରେ ଚାଲିଗଲା ବାପାମାଆଙ୍କ ଜୀବନ । ଦୁର୍ଘଟଣାରେ ପୁଅ ଆହତ ହୋଇଛି । ପାଣି କୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଦୁର୍ଘଟଣା ଘଟିଛି । କୁଆଖିଆରୁ ପାଣି କୋଇଲି ଯାଉଥିବା ବେଳେ ଅଘଟଣ ଘଟିଛି । ଘଟଣା ସ୍ଥଳରେ କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମାଆଙ୍କ ଜୀବନ । ଗୁରୁତର ବାପାଙ୍କ ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ୪ ବର୍ଷର ଶିଶୁପୁତ୍ରକୁ ପାଣିକୋଇଲି ପୋଲିସ ହେପାଯତକୁ ନିଆଯାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପାଣିକୋଇଲି ପୋଲିସ ।
Views: 24