କେନ୍ଦ୍ରାପଡା : ଅନଲାଇନ ଗେମ ଖେଳି ଜୀବନ ହାରିଲେ। ୩ ଲକ୍ଷ ଟଙ୍କା ହରାଇବା ପରେ ବିଷ ପିଇଦେଲେ ଯୁବକ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ବଙ୍ଗାରୀ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । କୋଟିପତି ହେବା ନିଶାରେ ବଙ୍ଗାରୀ ଗାଁର ଉମାକାନ୍ତ ଜେନାଙ୍କ ୧୮ ବର୍ଷିୟ ପୁଅ ସାହିଲ ଜେନା ଅନଲାଇନରେ ଗେମ ଖେଳି ବିଫଳ ହେବା ପରେ ଜୀବନ ହାରିଛନ୍ତି । ସାହିଲ ଅନଲାଇନ ଗେମ ଖେଳି ୩ ଲକ୍ଷ ଟଙ୍କା ହାରିଯାଇଥିଲେ । ଟଙ୍କା ହାରିବା ପରେ ବିଷ ପିଇ ମାମୁଁଙ୍କୁ ଫୋନ କରି କହିଥିଲେ । ତାଙ୍କ ମାମୁଁ ପହଞ୍ଚି ସାହିଲଙ୍କୁ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯଇଥିଲା। କଟକ ବଡ଼ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Views: 77











